ସୁସ୍ବାସ୍ଥ୍ୟ ପାଇଁ ଖାଆନ୍ତୁ ଫଳ

0

ନିୟମିତ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ । ପିଲାଠାରୁ ବୟସ୍କ ସମସ୍ତଙ୍କ ପାଇଁ ଉତ୍ତମ ବିଭିନ୍ନ ରକମର ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଦୀର୍ଘାୟୁ କରିଥାଏ । ଦିଲ୍ଲୀର ନାମକରା ଖାଦ୍ୟ ବିଶେଷଜ୍ଞ ଡାକ୍ତର ଅମିତା ସିଂହବତା ଏ ସଂକ୍ରାନ୍ତରେ ଆବଶ୍ୟକ ତଥ୍ୟ ଉପସ୍ଥାପନା କରିଛନ୍ତି ।

ନିୟମିତ ଭାବେ ପାଚିଲା ଅମୃତଭଣ୍ଡା ଖାଇବା ଦ୍ବାରା ଅର୍ଶ ରୋଗ ଦୂର ହୋଇଥାଏ । ତରକାରିରେ କଞ୍ଚା ଅମୃତଭଣ୍ଡା ଖାଇବା ଶରୀର ପାଇଁ ଖୁବ୍ ଭଲ ।

ହୃଦରୋଗ ଓ ତ୍ବଚା ନିମନ୍ତେ ତରଭୁଜ ଖୁବ୍ ଉପକାରୀ । ଦୈନିକ ଏହାକୁ ଖାଇଲେ କେଶର ଘନତ୍ବ ମଧ୍ୟ ବଢ଼େ ।

ଶରୀରରେ ହରମୋନ୍ ଅସନ୍ତୁଳନ ହେଉଥିଲେ ପ୍ରତ୍ୟହ ପିଜୁଳି ଖାଇଲେ ସେ ସମସ୍ୟା ଯଥା ଶୀଘ୍ର ଦୂର ହୁଏ ବୋଲି ବିଶେଷଜ୍ଞଙ୍କ ମତ ।

ମାସକୁ ଥରେ କିମ୍ବା ୨ଥର ଅନ୍ତତଃ ଜାମୁକୋଳି ଖାଇବା ଉଚିତ । ଏହା ଦ୍ବାରା ପେଟର ଜୀବାଣୁ ନଷ୍ଟ ହୋଇଥାଏ ।

ଖରାଦିନିଆ ଫଳ ଆମ୍ବ ସୁଆଦିଆ ହେବା ସହ ଏହାକୁ ଖାଇଲେ ବୃକକ୍ ପଥୁରି ରୋଗ ହୋଇନଥାଏ ।

Leave A Reply