ଓଜନ ନିୟନ୍ତ୍ରିତ କରିବା ପାଇଁ ଖାଦ୍ୟ ସମ୍ବନ୍ଧୀୟ କିଛି ଟିପ୍ସ

ଓଜନ କେତେବେଳେ ଆଉ କେମିତି ବୃଦ୍ଧି ହୋଇଥାଏ ତାହା କାହାକୁ ଜଣାପଡି ନ ଥାଏ। ଓଜନ ବଢିବା ପରେ ତାକୁ କମାଇବାକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ତେଣୁ ଓଜନ ନିୟନ୍ତ୍ରିତ ରଖିବା ପାଇଁ ସବୁବେଳେ ଉତ୍ତମ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ। ଏହାଦ୍ବାରା ମୋଟାପଣର ଶିକାର ହେବାକୁ ପଡି ନ ଥାଏ। ତେଣୁ ଖାଦ୍ୟକୁ ସର୍ବଦା ଆରାମରେ ଖାଇବା ଉଚିତ। ଆସନ୍ତୁ ଜାଣିବା ଏପରି କିଛି ଟିପ୍ସ ସମ୍ବନ୍ଧରେ ..

ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଉଚିତ।

ଏହାସହ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ସୁପ୍ ପିଇବା ମଧ୍ୟ ଲାଭଦାୟକ ଅଟେ।

କେବେ ବି ଟିଭି ଦେଖିବା ବେଳେ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ବାରା ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ଖାଇଥାଆନ୍ତି।

ଖାଦ୍ୟକୁ ସର୍ବଦା ଭଲ ଭାବେ ଚୋବାଇ ଖାଆନ୍ତୁ। ଏପରି କରିବା ଦ୍ବାରା ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ।

ଖାଦ୍ୟରେ ଅଧିକ ଖାଦ୍ୟଦ୍ରବ୍ୟ ସାମିଲ କରନ୍ତୁ ନାହିଁ।

ଖାଦ୍ୟରେ ସର୍ବଦା ଫାଇବର ଯୁକ୍ତ ଖାଦ୍ୟଦ୍ରବ୍ୟ ସାମିଲ କରନ୍ତୁ।

ସର୍ବଦା ସ୍ବାଦ ଅପେକ୍ଷା ପୋଷଣ ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ।

ଏହାସହ ଉଷୁମ ପାଣି ପିଇଲେ ଶରୀରକୁ ଅଧିକ ଲାଭ ମିଳିଥାଏ।

Comments are closed.