ବାରହା ମାରି ଖାଇଲା ବାଘୁଣୀ

0

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟକୁ ମଧ୍ୟପ୍ରଦେଶର ବାନ୍ଧବଗଡରୁ ଆସିଥିବା ବାଘୁଣୀଟି ଗୁରୁବାର ରାତିରେ ଏକ ବାରହାକୁ ମାରି ଖାଇଛି। ବାଘୁଣୀଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ରାତି ପ୍ରାୟ ୨ଟାରେ ବାରହାକୁ ଶିକାର କରିଥିଲା।
ସୂଚନାଯୋଗ୍ୟ ଯେ, ଗତ ୨୧ତାରିଖରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଏକ ମହାବଳ ବାଘକୁ ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା। ଗୁରୁବାର ଦିନ ବାନ୍ଧବଗଡରୁ ଏକ ବାଘୁଣୀକୁ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡାଯାଇଛି। ବାଘ ଓ ବାଘୁଣୀଙ୍କୁ ଏବେ ପାଖାପାଖି ଦୁଇଟି ଏନ୍‍କ୍ଲୋଜରରେ ରଖାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଉଭୟେ ସାତକୋଶିଆ ପରିବେଶ ସହ ଖାପ ଖୁଆଇ ଚଳିବା ପରେ ପ୍ରଥମେ ସେମାନଙ୍କୁ ଏକାଠି ରଖାଯିବ। ପରେ ସେମାନଙ୍କୁ ଜଙ୍ଗଲ ଭିତରେ ଛଡ଼ାଯିବ। ଏହାଦ୍ୱାରା ସାତକୋଶିଆରେ ବାଘ ବଂଶ ବୃଦ୍ଧି ହୋଇପାରିବ ବୋଲି ବିନ ବିଭାଗ ଆଶା କରିଛି।

Leave A Reply