ରୁପି ଦୂର କରିବାର ସରଳ ଉପାୟ

0

• ସପ୍ତାହକୁ ଥରେ କେଶରେ ଦହି ଓ ଗୋଲମରିଚ ଗୁଣ୍ଡର ପ୍ୟାକ୍‍ ଲଗାଇବେ। ୨୦ ମିନିଟ୍‍ ଏହି ପ୍ୟାକ୍‍କୁ କେଶରେ ରଖି ପରେ ଶ୍ୟାମ୍ପୁ କରିନେବେ।
• ରାତିରେ ନଖଉଷୁମ ଅଲିଭ ତେଲକୁ କେଶମୂଳରେ ମାଲିସ୍‍ କରନ୍ତୁ। ତହିଁ ଆରଦିନ ସକାଳୁ କେଶ ସଫା କରିନେବେ। ଦିନେ ଛଡ଼ା ଦିନେ ଏହି ଉପାୟ କଲେ ରୁପିରୁ ରକ୍ଷା ମିଳେ।
• ୨ ବଡ଼ ଚାମଚ ଭିନେଗାରକୁ ଏକ ପାତ୍ରରେ ନେଇ ଭଲଭାବରେ ଗରମ କରିବେ। ଥଣ୍ଡା ହେଲା ପରେ ଏତିରେ ପାଣି ମିଶାଇ କେଶମୂଳରେ ମାଲିସ୍‍ କଲେ ମଧ୍ୟ ରୁପିରୁ ରକ୍ଷା ମିଳିଥାଏ।
• ଶ୍ୟାମ୍ପୁ କଲାବେଳେ ୧ ଛୋଟ ଚାମଚ ବେକିଂ ସୋଡ଼ା ନେଇ ଶ୍ୟାମ୍ପୁରେ ମିଶାଇ କେଶ ସଫା କରିବେ। କେଶରେ ନୂଆ ଚମକ ଆସିବା ସହ ରୁପି ଦୂର ହୁଏ।
• ନଡ଼ିଆ ତେଲ ଓ ଲେମ୍ବୁରସ ସମାନ ପରିମାଣରେ ନେଇ କେଶରେ ମାଲିସ୍‍ କରନ୍ତୁ। ୧ଘଣ୍ଟା ପରେ କେଶ ପାଣିରେ ଧୋଇନିଅନ୍ତୁ।
• ଘି-କୁଆାଁରୀ ରସକୁ କେଶରେ ଲଗାଇ ୧୫ ମିନିଟ୍‍ ଶ୍ୟାମ୍ପୁ କଲେ ମଧ୍ୟ ରୁପି ଦୂର ହୁଏ।
• ଏକ ବଡ଼ ପାତ୍ରରେ ପାଣି ନେଇ ସେଥିରେ ନିମ୍ବ ପତ୍ର ଫୁଟାନ୍ତୁ। ପରେ ସେହି ପାଣିକୁ ଥଣ୍ଡା କରି କେଶ ଧୋଇନେବେ।
• କେଶରୁ ରୁପି ଦୂର କରିବା ସହ ଘନତ୍ୱ ବଢ଼ାଇବାରେ ମେହେନ୍ଦୀ ଖୁବ୍‍ ସହାୟକ ହୋଇଥାଏ। ମେହେନ୍ଦୀରେ ଅଁଳା ଗୁଣ୍ଡ, ଲେମ୍ବୁ ରସ, ନଡ଼ିଆ ତେଲ ମିଶାଇ ପ୍ୟାକ୍‍ ଭାବରେ କେଶରେ ଲଗାଇବେ। ୨ଘଣ୍ଟା ପରେ କେଶ ସଫା କରିବେ।

Leave A Reply