ରାଜସ୍ଥାନରେ ୪.୦ ତୀବ୍ରତାର ଭୂକମ୍ପ ଅନୁଭୂତ

0

ରାଜସ୍ଥାନ : ରବିବାର ସକାଳ ୫ଟା୧୧ମିନିଟ୍‌ରେ ରାଜସ୍ଥାନର ସିକର ଜିଲାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୪.୦ ଥିଲା। ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକେମାନେ ଘରୁ ବାହାରି ଆସିଥିଲେ। ଏହି ଭୂକମ୍ପରେ କାହାର ପ୍ରାଣହାନି ଘଟିଥିବା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଭୂକମ୍ପର କେନ୍ଦ୍ର ପାକିସ୍ତାନରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଶନିବାର ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୭ ଥିଲା। ଏଥିରେ ବିଶେଷ କ୍ଷତି ହୋଇ ନଥିବା ପ୍ରାଥମିକ ସୂଚନାରୁ ସ୍ପଷ୍ଟ ହୋଇଛି।

Leave A Reply