ବିହାର ଓ ଝାଡଖଣ୍ଡରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ବିହାର ଓ ଝାଡଖଣ୍ଡରେ ରବିବାର ମଧ୍ୟାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘର ଛାଡି ବାହାରକୁ ପଳାଇଯାଇଥିଲେ । ଏଥିରେ କେହି ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ବିହାରର ବାଙ୍କା ଜିଲାର କିଛି ସ୍ଥାନରେ ୨ରୁ ୩ ମିନିଟ୍ ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ଝାଡଖଣ୍ଡର ଧାନବାଦ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ନିକୋବର ଦ୍ବୀପପୁଞ୍ଜରେ ରବିବାର ସକାଳ ୭ଟା ୪୯ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୫ ଥିଲା ।

Comments are closed.