ବାଙ୍ଗିରିପୋଷି ରେଳ ଷ୍ଟେସନ ପରିଦର୍ଶନ କଲେ ଡିଆରଏମ

ଦ୍ୱାରଶୁଣି: ଶୁକ୍ରବାର ଖଡ଼କପୁର ଡିଭିଜନର ଡିଭିଜନାଲ ରେଲୱେ ମ୍ୟାନେଜର କେ. ଆର. ରେଡ୍ଡୀ ଏକ ଟ୍ରେନ ଯୋଗେ ବାଙ୍ଗିରିପୋଷି ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ। ତାଙ୍କ ସହିତ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ମଧ୍ୟ ପରିଦର୍ଶନ ରେ ଆସି ରେଳ ଷ୍ଟେସନ ପ୍ଲାଟଫର୍ମ ,ନିର୍ମାଣ ଷ୍ଟାଫ ରୁମ, ଜଳ ଯୋଗାଣ, ଟିକଟ ବିକ୍ରି, ସହ ସମସ୍ତ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ପରିଦର୍ଶନ ସମୟ ରେ ରେଳ କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜୟ କୁମାର ଅଗ୍ରୱାଲ ଓ ସଂପାଦକ ଶାନ୍ତନୁ କୁମାର ଦାସ ପ୍ରଦାନ କରିଥିଲେ ଏକ ଦାବୀ ପତ୍ରଅତି ଶିଘ୍ର ପୂର୍ଣ୍ଣ ହେବ ବୋଲି ଶ୍ରୀ ରେଡ୍ଡୀ ପ୍ରକାଶ କରିଥିଲେ।

Comments are closed.