ଦଶହରା ପାଇଁ ଉତ୍ସବ ମୁଖର ରୁପ୍ରାରୋଡ

ନର୍ଲା : କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରାରୋଡରେ ଜଗଜ୍ଜନନୀ  ମାଆଙ୍କ ନବରାତ୍ର ପୂଜା ମହା ଆଡ଼ମ୍ବରରେ ପାଳିତ ହେଉଛି । ମାଆଙ୍କ ଆକର୍ଷଣୀୟ ମୃଣ୍ମୟୀ ପ୍ରତିମା ସମସ୍ତ ଭକ୍ତଙ୍କୁ ଆକୃଷ୍ଟ କରିଥିଲା । ରୁପ୍ରାରୋଡ ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ହୋଇ ଥିବରୁ ବହୁ ପୂର୍ବରୁ ଏଠାରେ ମା ଦୁର୍ଗାଙ୍କ ପୂଜା ଉତ୍ସବ ପାଳିତ ହୋଇଆସୁଛି । ଚଳିତ ପୂଜାରେ କର୍ତ୍ତା ଭାବରେ ଅମିତ୍ କୁମାର ଶର୍ମା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପରିଚାଳନା କମିଟିର ସଭାପତି ସାଧୁରାମ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭପ ସଭାପତି ମୋହନଲାଲ୍ କମାନୀ,ଓମ୍ ପ୍ରକାଶ ଅଗ୍ରୱାଲ, ସୁବାସ ଚନ୍ଦ୍ର ଅଗ୍ରୱାଲ,ଭାରତୀ ମହାନ୍ତି ପ୍ରମୁଖ ଦାୟିତ୍ଵ ନିର୍ବାହ କରିଛନ୍ତି। ପ୍ରତି ବର୍ଷ ଭଳି  ଏଥର ମଧ୍ୟ ରୁପ୍ରାରୋଡ୍ ଦୁର୍ଗା ପୂଜାରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।

Comments are closed.