ଦିଲ୍ଲୀର ଲୋକପ୍ରିୟ ଦୁର୍ଗା ପୂଜା

0

କେବଳ କଲକାତା ନୁହେଁ, ବରଂ ରାଜଧାନୀ ଦିଲ୍ଲୀରେ ମଧ୍ୟ ଖୁବ୍ ଆଡ଼ମ୍ବର ଓ ଜାକଜମକରେ ଦୁର୍ଗା ପୂଜା ପାଳିତ ହୋଇଥାଏ। ପ୍ରଥମଥର ୧୯୧୧ରେ ଦିଲ୍ଲୀରେ ଦୁର୍ଗା ପୂଜା ଆରମ୍ଭ ହୋଇଥିବାର ତଥ୍ୟ ମିଳିଛି। ଅାରମ୍ଭଦିନରେ ଦିଲ୍ଲୀର ଦୁର୍ଗା ପୂଜାରେ ବିଶ୍ବ ପ୍ରସିଦ୍ଧ କବି ରବୀନ୍ଦ୍ର ନାଥ ଠାକୁର, ନେତାଜୀ ସୁଭାଷ ବୋଷ, କଳାକାର ହେମନ୍ତ କୁମାରଙ୍କ ପରି ବିଶିଷ୍ଟ ଲୋକ ଅଂଶ ଗ୍ରହଣ କରୁଥିଲେ। ସେସମୟରେ ଚାନ୍ଦିନୀ ଚୌକସ୍ଥିତ ଦୁର୍ଗା ପୂଜା ସବୁଠୁ ଅଧିକ ଲୋକପ୍ରିୟ ଥିଲା। ଦୁର୍ଗା ପୂଜାର ସପ୍ତାହେ ପୂର୍ବରୁ ଜାକଜମକରେ ଆରମ୍ଭ ହେଉଥିଲାବେଳେ ଭସାଣି ପର୍ଯ୍ୟନ୍ତ ସମାରୋହ ଚାଲିଥାଏ। ଦିଲ୍ଲୀ ଦୁର୍ଗା ପୂଜାର ବିଶେଷତ୍ବ ହେଲା, ଏଠାରେ ସମସ୍ତ ପ୍ରକାର ବଙ୍ଗୀୟ ବ୍ୟଞ୍ଜନ ଗ୍ରାହକଙ୍କୁ ପରଷାଯାଇଥାଏ। ୧୦୭ ବର୍ଷ ତଳେ ରାଜଧାନୀର ଏଇ ଦୁର୍ଗା ପୂଜାରେ ପ୍ରତ୍ୟେକ ବର୍ଷ ସଂଖ୍ୟାଧିକ ଲୋକ ଅଂଶ ଗ୍ରହଣ କରନ୍ତି। ଚଳିତ ବର୍ଷ ବଙ୍ଗୀୟ ଦିଲ୍ଲୀ ଦୁର୍ଗା ପୂଜାରେ ଅତି କମ୍‌ରେ ୧୦ ଲକ୍ଷ ଲୋକ ଅଂଶ ଗ୍ରହଣ କରିବାର ଅନୁମାନ କରାଯାଉଥିବାବେଳେ ସୁଆଦିଆ ବ୍ୟଞ୍ଜନ ତାଲିକା ମଧ୍ୟ ବହୁପୂର୍ବରୁ ପ୍ରସ୍ତୁତ ହୋଇସାରିଛି। ‘ସୋରିଷ ମାଛ’, ‘ରୋହୁ କାଲିୟା’, ‘ପୋଟଳ ଦୋରମା’, ‘କଷା ମାଂସ’ ଇତ୍ୟାଦି ବ୍ୟଞ୍ଜନ ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ।

Leave A Reply