ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାର ମଣ୍ଡପମାନଙ୍କୁ ଦେବେ ୨୮ କୋଟି ଟଙ୍କା

0

କୋଲକାତା .- ଆସନ୍ତା ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗ ସରକାର ବିଭିନ୍ନ ପୂଜା ମଣ୍ଡପମାନଙ୍କୁ ୨୮ କୋଟି ଟଙ୍କା ଉପହାର ଆକାରରେ ଦେବେ । ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ଘୋଷଣା କରିଛନ୍ତି । ଦୂର୍ଗାପୂଜା ଆୟୋଜନ କରୁଥିବା କମିଟିମାନଙ୍କୁ ସରକାର ୧୦ ହଜାରରୁ ୨୮ ହଜାର ପର୍ଯ୍ୟନ୍ତ ଟଙ୍କା ପ୍ରଦାନ କରିବେ ।

ପଶ୍ଚିମବଙ୍ଗ ସରକାରଙ୍କ ବିଭିନ୍ନ ବିଭାଗ ଏହି ଟଙ୍କା ପ୍ରଦାନ କରିବେ । ପୂଜା କମିଟିର ଆୟୋଜକମାନେ ଏହି ଉପହାର ତାଙ୍କର ଖର୍ଚ୍ଚ ତୁଳନାରେ ଅତି କମ୍‌ ବୋଲି କହିଛନ୍ତି ।

ଏହାକୁ ନେଇ ପଶ୍ଚମିବଙ୍ଗ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି । ନିର୍ବାଚନକୁ ଆଉ ବର୍ଷେ ବାକି ଥିବାରୁ ରାଜ୍ୟ ସରକାର ଏପରି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବୋଲି  ପଶ୍ଚିମବଙ୍ଗ ବିଜେପି ସଭାପତି  ଦିଲ୍ଲିପ ଘୋଷ ଅଭିଯୋଗ କରିଛନ୍ତି ।

Leave A Reply