ସ୍ବାମୀଙ୍କ ଚିତାରେ ସ୍ତ୍ରୀ ଦେଲେ ମୁଖାଗ୍ନି

ବନିକା : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ତମାମୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖାଦେଇଛି ।  ସ୍ବାମୀଙ୍କ ଚିତାରେ ସ୍ତ୍ରୀ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତମାମୁର ଗ୍ରାମର ଚନ୍ଦ୍ରମଣି ଭୋଇଙ୍କର କେନେଲରେ ବୁଡ଼ି ମୃତ୍ୟୁ ହୋଇଥିଲା । ଚନ୍ଦ୍ରମଣି ନିଃସନ୍ତାନ ଥିବାରୁ ମୁଖାଗ୍ନୀ କିଏ ଦେବ ସେ ନେଇ ଭାଳେଣି ପଡ଼ିଥିଲା । ତାଙ୍କର ପୁଅ, ଝିଅ କିମ୍ବା ବନ୍ଧୁବାନ୍ଧବ କେହିନଥିବାରୁ ସ୍ତ୍ରୀ ପାର୍ବତୀ ସ୍ବମୀଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ।

Comments are closed.