ପୂର୍ବରୁ ବିବାହିତ ଥିଲେ ମଦୁଆ ବର; ଥାନାରେ ଏତଲା ଦେଲେ ପ୍ରଥମ ପତ୍ନୀ

0

ରାଉରକେଲା: ମଦ ପିଇ ବିବାହ ବେଦୀରେ ବାନ୍ତି କରିବା ସହ  କନ୍ୟା ପକ୍ଷ ଲୋକଙ୍କୁ ମାରପିଟ କରିବା ଅଭିଯୋଗରେ ଥାନାକୁ ଯିବା ପରେ  ବେଶ୍‌ ଚର୍ଚ୍ଚାରେ ଥିବା ମଦୁଆ ବର ଶଙ୍କର ପଣ୍ଡା ପୁଣି ଏକ ଅଡୁଆରେ ଛନ୍ଦି ହୋଇଯାଇଛି । ଥାନାରେ ଅଟକ ରହିବାପରେ ସେ କାକୁତି ମୀନତି ହୋଇ ମଙ୍ଗୁଳା କନ୍ୟାକୁ ବାହା ହୋଇଥିଲା । ଏଥିରେ କିଛି ସମାଜସେବୀ ମଧ୍ୟସ୍ଥତା କରିଥିଲେ । ସମାଜସେବୀମାନେ ଶଙ୍କରକୁ କୋର୍ଟରେ ପୁଣିଥରେ ବିବାହ ପାଇଁ ପରାମର୍ଶ ଦେଇଥିଲେ । ଥାନାରେ ଦୁଇ ପକ୍ଷଙ୍କ ଉପସ୍ଥିତରେ ବିବାହ ହୋଇଥିଲା  ।

ହେଲେ ଏବେ ପୁଣି ମଦୁଆ ବରର ଆଉ ଏକ କଳା କାରନାମାର ପର୍ଦ୍ଦାଫାସ ହୋଇଛି । ୨୦୧୭ ମସିହା ନଭେମ୍ବରରେ ସେ ରାଉରକେଲା ଅନ୍ୟ ଜଣେ ଯୁବତୀଙ୍କୁ ରେଜିଷ୍ଟ୍ରୀ ବିବାହ କରିଥିଲା। ସମ୍ପୃକ୍ତ ଯୁବତୀ ଶଙ୍କର ପଣ୍ଡାଙ୍କ ପ୍ରଥମ ପତ୍ନ ବୋଲି ବିବାହର ସମସ୍ତ ଫଟୋ ଓ କୋର୍ଟ ମ୍ୟାରେଜର ପ୍ରମାଣ ପତ୍ର ଧରି ଥାନାରେ ପହଞ୍ଚଛନ୍ତି । ଏବେ ପୁଣି ଗିରଫ ହୋଇଛି ଶଙ୍କର । ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଚମ୍ପାଗଡ ଗାଁରୁ  ପୁଲିସ ଗତକାଲି ଥାନାରେ ବିବାହ ହୋଇଥିବା ଝିଅକୁ ଉଦ୍ଧାର କରିଛି ।

 

ଆଗରୁ ବିବାହ କରିଥିବା ଶଙ୍କର ପୁଣି କେମିତି ବିବାହ କରୁଥିଲା ତାହା ଏବେ ଚର୍ଚ୍ଚାର ବିଷୟ । ଦ୍ୱିତୀୟଥର ଥାନାରେ ବିବାହ କରିଥିବା ଝିଅର ସମ୍ପର୍କୀୟମାନେ ନ୍ୟାୟ ପାଇଁ ଟାଙ୍ଗର ପାଲି ଥାନା ଘେରାଉ କରିଛନ୍ତି । ପ୍ରଥମ ପତ୍ନୀ ଏବେ ୨ ମାସର ଗର୍ଭବତୀ ଥିବା ଅଭିଯୋଗ କରିଛନ୍ତି । ସେ ଓ ତାଙ୍କର ମାଆ ବି ନ୍ୟାୟ ଦାବିରେ ଥାନାରେ ବସିଛନ୍ତି ।

Leave A Reply