ନରାଜ ଆନିକଟରେ ବୁଡି ଛାତ୍ର ନିଖୋଜ

କଟକ : ନରାଜ ଆନିକଟରେ ବୁଡି ଜଣେ ଛାତ୍ର ନିଖୋଜ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଖୋଜ ଛାତ୍ରଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ ଯୁବକ ଜଣଙ୍କ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ଏବଂ ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ପାଞ୍ଚ ଜଣ ସହପାଠୀଙ୍କ ସହ ନିଖୋଝ ଛାତ୍ର ଜଣଙ୍କ ନରାଜ ଆନିକଟକୁ ଗାଧୋଇବା ପାଇଁ ଆସିଥିଲେ । ଗଧୋଉଥିବା ବେଳେ ହଠାତ୍ ତାଙ୍କ ଗୋଡ ଖସି ଯିବାରୁ ସେ ପାଣି ସ୍ରୋତରେ ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିନାହିଁ ।

Comments are closed.