ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ଛାତ୍ର

0

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଛାତ୍ର ଜଣକ ଝାଡଖଣ୍ଡ ରାଞ୍ଚିର କ୍ରୀଷ୍ଣା କୁମାର ବୋଲି ଜଣାପଡିଛି। ସେ ହଲିଡେ ରିସୋର୍ଟ ନିକଟରେ ଗାଧୋଉ ଥିବା ବେଳେ ଭାସି ଯାଇଛନ୍ତି। ସମୁଦ୍ରରେ ନିଖୋଜ ଛାତ୍ରଙ୍କୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ କ୍ରିଷ୍ଣାଙ୍କ ସମେତ ୫ଜଣ ଛାତ୍ର ସମୁଦ୍ରରେ ଗାଧୋଉଥିଲେ। ଗାଧୋଉଥିବା ସମୟରେ କ୍ରିଷ୍ଣା ଗଭୀର ପାଣି ଭିତରକୁ ଟାଣି ହୋଇ ନିଖୋଜ ହୋଇଯାଇଥିଲେ। ତାଙ୍କ ସହ ଥିବା ଅନ୍ୟ ସାଙ୍ଗମାନେ ପାଟି କରିବାରୁ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ନିଖୋଜଙ୍କୁ ଖୋଜାଖୋଜି କରିବାରେ ଲାଗିଛନ୍ତି।

Leave A Reply