ମା’ ଆଖି ଆଗରେ ଭାସିଗଲା ପୁଅ

0

କୋରାଇ: କୋରାଇ ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଂଚାୟତସ୍ଥିତ ଘନଶ୍ୟାମପୁର ଶାସନର ବୈତରଣୀ ଘାଟରେ ଗାଧୋଉ ଥିବା ବେଳେ ଭାସିଯାଇ ଜଣେ ବାଳକର ମୃତ୍ୟୁ ଘଟିଛି । ବାଳକ ଜଣଙ୍କ ସେହି ଗ୍ରାମର ଶତ୍ରୁଘ୍ନ ପତିଙ୍କ ପୁଅ ମନିସ୍(୧୨) ବୋଲି ଜଣାପଡିଛି ।

ଶନିବାର ସକାଳ ସାଢେ ୭ଟା ବେଳେ ଘଟଶ୍ୟାମପୁର ଗ୍ରାମର ଶତ୍ରୁଘ୍ନ ପତିଙ୍କ ସ୍ତ୍ରୀ ମଞ୍ଜୁଲତା ପତି ଓ ତାଙ୍କ ୧୨ବର୍ଷର ପୁଅ ମନିସ୍ ବୈତରଣୀ ନଦୀ ଘାଟରେ ଗାଧୋଉ ଥିବା ବେଳେ ପୁଅ ନଦୀ ସ୍ରୋତରେ ଭାସିଯାଇଥିଲା । ପୁଅ ଭାସିଯିବାର ଦେଖି ମାଆ ଲୋକମାନଙ୍କୁ ଡକା ପକାଇ ଥିଲା । ଲୋକେ ଆସି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ହେଁ ପୁଅକୁ ପାଇନଥିଲେ । ଖବରପାଇ ବୈତରଣୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ପରେ ନଦୀ ମଧ୍ୟରୁ ମନିସକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ସାଙ୍ଗେସାଙ୍ଗେ ତାଙ୍କୁ ଯାଜପୁର ଜିଲା ହସ୍ପିଟାଲକୁ ନିଆଇଥିଲେ । ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ଋଜୁ କରିବା ସହ ଶବବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Leave A Reply