ନଦୀକୁ ମାଛ ଧରିବାକୁ ଯାଇ ବୃଦ୍ଧ ନିଖୋଜ

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବୃଦ୍ଧ ହେଉଛନ୍ତି ରମେଶ ଚନ୍ଦ୍ର ବଢାଇ (୬୯)। ସେ ସବୁଦିନ ପରି ବୁଧବାର ସକାଳେ ଜାଲ ନେଇ ମାଛ ଧରିବାକୁ ଯାଇଥିଲେ। ତେବେ ସେ ନଦୀରେ ବୁଡି ନିଖୋଜ​‌ ହୋଇଥିବାର ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରେ ତାଙ୍କୁ ଖୋଜୁଥିବାର ଜଣାପଡିଛି।

 

Comments are closed.