ସମୁଦ୍ରରେ ବୁଡି ୨ ନିଖୋଜ

0

ଜଳେଶ୍ବର: ସମୁଦ୍ରକୁ ଗାଧୋଇବାକୁ ଯାଇ ଦୁଇ ଜଣ ନିଖୋଜ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୋଗରାଇ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଭୋଗରାଇ ବ୍ଳକ୍ ତାଳସାରୀ ବେଳାଭୂମିକୁ ମୋଟ ୭ ଜଣ ବୁଲିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଗାଧୋଇବାକୁ ଯାଇ ସମୁଦ୍ରରେ ବୁଡି ଯାଇଥିଲେ । ସ୍ଥାନୀୟଲୋକ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣ ଏଯାବତ୍ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଓଡ୍ରାଫ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply