ପୋଖରୀରେ ବୁଡି ଆଈ ଓ ନାତି ମୃତ

ଦେବଗଡ : ପୋଖରୀରେ ବୁଡି ଦୁଇ ଜଣଙ୍କ ପ୍ରାଣହାନି ଘଟିଛି । ତିଲେଇବଣି ବ୍ଳକ ମାଳିଚୁଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଶନିବାର ଦିନରେ ନାତି ଓ ଆଈ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତାବଶତଃ ୫ ବର୍ଷର ନାତି ପୋଖରୀରେ ବୁଡି ଯାଇଥିଲା । ଆଖି ସାମ୍ନାରେ ନାତି ବୁଡି ଯାଉଥିବା ଦେଖି ସହ୍ୟ କରିପାରିନଥିଲେ ଆଈ । ନାତିକୁ ଉଦ୍ଧାର କରିବା ପାଇଁ ପୋଖରୀ ମଧ୍ୟକୁ ଡେଇଁ ପଡିଥିଲେ । ହେଲେ ନାତିକୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ଫଳରେ ଉଭୟ ଆଈ ଓ ନାତି ପୋଖରୀରେ ବୁଡି ପ୍ରାଣ ହରାଇଥିଲେ । ସ୍ଥାନୀୟଲୋକ ପୋଖରୀ ମଧ୍ୟରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Comments are closed.