ପୋଖରୀରେ ବୁଡି ୨ ଶିଶୁ ମୃତ

ନରସିଂହପୁର : ବଡମ୍ବା ଥାନା ମାଳତୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଉଭୟ ଶିଶୁ ଦ୍ବିତୀୟ ଶ୍ରେଣୀର ଛାତ୍ର ଓ ଛାତ୍ରୀ ବୋଲି ଜଣାପଡିଛି। ସେମାନେ ସ୍କୁଲ ଛୁଟି ପରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ବେଳେ ପୋଖରୀରେ ବୁଡି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.