ନଦୀରେ ବୁଡିଗଲେ ୨ ଯୁବକ, ଜଣେ ମୃତ ଓ ଜଣେ ନିଖୋଜ

0

ଯାଜପୁର : ଗାଧୋଇବା ସମୟରେ ୨ ଜଣ ଯୁବକ ନଦୀରେ ବୁଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଯାଜପୁର ସଦର ଥାନା ଜାଲପୁର ଘାଟରେ ବୁଢ଼ା ନଦୀରେ ଏହି ଅଘଟଣ ଘଟିଛି । ମୃତକ ହେଲେ ବାସୁଦେବପୁର ପଂଚାୟତର ଜାଲପୁର ଗ୍ରାମର ଶୁଭ୍ରକାନ୍ତ ପାଣିଗ୍ରାହୀ । ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ହେଲେ ଉକ୍ତ ଗ୍ରାମର ପ୍ରଶାନ୍ତ ପାଢ଼ୀଙ୍କ ପୁଅ ଅମନପ୍ରୀତ ପାଢ଼ୀ ।

Leave A Reply