ପୋଖରୀରେ ବୁଡି ୨ନାବାଳିକା ମୃତ

0

ଜଗତସିଂହପୁର: ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବାନୀୟ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ କୋକିପଦାରେ ଘଟିଛି । ମୃତ ନାବାଳିକା ଦୁଇ ଜଣ ହେଲେ ଶରତ ଖଣ୍ଡୁଆଳଙ୍କ ଝିଅ ରାକ୍ଷୀରାଣୀ ଏବଂ ରସାନନ୍ଦ ଜେନାଙ୍କ ଝିଅ ମନୋସ୍ମିତା । ପୋଖରୀରେ ଗାଧାଉଥିବା ବେଳେ ଅସାବଧନତା ବଶତଃ ସେମାନଙ୍କ ଗୋଡ ଖସି ଯିବାରୁ ବୁଡି ଯାଇଥିଲେ । ପାଟି ଶୁଣି ସ୍ଥାନୀୟଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପୁଲିସ ଉଭୟଙ୍କୁ ମୃତ ଘୋଷଣା କରିଛି ।

Leave A Reply