ଡଙ୍ଗା ଭସାଉଥିବା ବେଳେ ଭାସିଗଲେ ଦୁଇ ଯୁବକ

0

ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁର ବେଳାଭୂମିରେ ଏକ ଅଘଟଣ ଘଟିଛି। ଡଙ୍ଗା ଭସାଇବା ପାଇଁ ଯାଇଥିବା ବେଳେ ୨ଜଣ ଯୁବକ ଭାସି ଯାଇଥିଲେ। ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଦ୍ଧାର କରି ସେମାନଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟ ସୁସ୍ଥ ଥିବା ଜଣାପଡିଛି। ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉଭୟ ଯୁବକ ଡଙ୍ଗା ଭସାଇବା ନିମନ୍ତେ ଚାନ୍ଦିପୁର ବେଳାଭୂମିକୁ ଯାଇଥିଲେ। ସେମାନେ ଡଙ୍ଗା ସହ ସେଲ୍ଫି ନେବା ବେଳେ ସମୁଦ୍ରରେ ଭାସିଯାଇଥିଲେ।

ବୋଇତ ବନ୍ଦାଣ ସମୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦିପୁର ଓ ବାଲିଘାଟର ବୁଢାବଳଙ୍ଗ ନଦୀ କୂଳରେ ଦୁଇଟି ଏନଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଛି।

Leave A Reply