ନଦୀରେ ବୁଡି ୨ ନାବାଳକ ମୃତ

0

ରାୟଗଡା: ନଦୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣଙ୍କ ନାଗାବଳୀ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ମୃତ ନାବାଳକ ଦ୍ବୟ ହେଲେ ପଞ୍ଚୁ ନିମାକା ଓ ନିନୁ ନିମାକା। ଶୁକ୍ରବାର ଦିନ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନାଯୋଗ୍ୟ ​‌ଯେ, ଗୁରୁବାର ସନ୍ଧ୍ୟା ସମୟରେ ଉଭୟ ନାବାଳକ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଦୁଇ ଜଣ ବୁଡି ଯିବାର କେହି ଜାଣି ପାରି ନଥିଲେ। ଦୀର୍ଘ ସମୟ ଧରି ସେମାନେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକ ସେମାନଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ।

Leave A Reply