ନଦୀରେ ବୁଡି ମାଆପୁଅ ମୃତ

0

ବ୍ରହ୍ମପୁର: ନଦୀରେ ବୁଡି ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଯାଇଛି। ଏପରି ଏକ ଅଭାବନୀୟ ଘଟଣା ଦିଗପହଣ୍ଡି ବ୍ଲକ ପନାଡ ଗ୍ରାମରେ ଦେଖିବାକୁ ମିଳିଛି। ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ର ନେବାରୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ପୁଅ ଘୋଡାହାଡ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ମାଆ ମଧ୍ୟ ନଦୀରେ ବୁଡି ଯାଇଥିଲେ। କିଛି ସମୟ ପରେ ଉଭୟ ମାଆପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Leave A Reply