ପୋଖରୀରେ ବୁଡି ଯୁବକ ମୃତ

0

କଳାପଥର(ବାଙ୍କୀ): କଟକ ଜିଲ୍ଲା ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଗୋଳାଗଣ୍ଡ ପଞ୍ଚାୟତର ସାତଖଣ୍ଡ ଗ୍ରାମରେ ଜଣେ ଯୁବକ ଶନିବାର ସକାଳୁ ନିକଟସ୍ଥ ଖିରପୋଖରୀରେ ବୁଡିଯାଇ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ଯୁବକଙ୍କ ନାମ ବେଣୁଧର ସେଠୀ (୩୪)। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ ଯେ, ସାତଖଣ୍ଡ ଗ୍ରାମର ବେଣୁଧର ସେଠୀ ସକାଳୁ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ସେ ପୋଖରୀରେ ବୁଡି ଯାଇଥିଲେ। ଖବର ପାଇ କଳାପଥର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୈଦ୍ୟେଶ୍ୱର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବାଙ୍କୀ ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯିବାପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Leave A Reply