ପୋଖରୀରେ ବୁଡି ଛାତ୍ର ମୃତ

0

ପାଟଣାଗଡ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ରୁପାନନ୍ଦ ଶାହା। ସେ ସିଆଲବନ୍ଧ ୟୁପି ବିଦ୍ୟାଳୟର ଛାତ୍ର ଥିଲେ। ମଙ୍ଗଳବାର ଦିନ ୧୦ଟା ସମୟରେ ସ୍କୁଲରୁ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ୪ଜଣ ଛାତ୍ର ଗାଁ ମୁଣ୍ଡ ପୋଖରୀକୁ ଯାଇଥିଲେ। ବିସର୍ଜନ ବେଳେ ରୁପାନନ୍ଦ ବୁଡିଯାଇଥିଲେ।

ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟରେ ୫ଜଣ ଶିକ୍ଷକଶିକ୍ଷୟିତ୍ରୀ ଥିବା ବେଳେ କେହି ମଧ୍ୟ ଛାତ୍ରମାନଙ୍କ ସହ ଯାଇ ନଥିଲେ। ଏନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି।

Leave A Reply