ଜେଜେ ମା’ ଆଖି ଆଗରେ ବୁଡି ଗଲେ ଦୁଇ ନାତୁଣୀ

0

ଖୋର୍ଦ୍ଧା: ଚାହୁଁ ଚାହୁଁ ଜେଜେ ମା’ ଆଖି ଆଗରେ ବୁଡି ଗଲେ ଦୁଇ ନାତୁଣୀ । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଶନିବାର ସକାଳେ ଘଟିଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଅଟ୍ରି ଗାଁରେ ଦୁଇ ନାବାଳିକା ଆଲିଶା ବେହେରା ଓ ଶ୍ରାବଣୀ ବେହେରା ଜେଜେ ମା’ ସହ ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ସେମାନେ ହାତ ଧରାଧରି ହୋଇ ପୋଖରୀର ଗଭୀର ଭାଗକୁ ଚାଲି ଯାଇଥିଲେ । ସେଠାରେ ସେମାନେ ବୁଡି ଯାଉଥିବା ଦେଖି ଜେଜେ ମା’ ପାଣିରେ ପଶି ଉଭୟଙ୍କୁ କୂଳକୁ ଟାଣି ଆଣିବା ସହ ଚିତ୍କାର କରି ଲୋକଙ୍କୁ ଡାକିଥିଲେ । ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି​‌ଲେ । ଦୁଇ ନାବାଳିକା ଗୋଟିଏ କୁଟୁମ୍ବର ବୋଲି ଜଣାପଡିଛି ।

Leave A Reply