ନଦୀରେ ଭାଇ-ଭଉଣୀ ମୃତ

0

ରାଇରଙ୍ଗପୁର: ନଦୀରେ ବୁଡି ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଚିଆ ଖଡ଼ଖାଇ ନଦୀରେ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକରୀ ଦଳ ପହଞ୍ଚି ପ୍ରାୟ ଏକ ଘଣ୍ଟା ଧରି ଖୋଜାଖୋଜା କରିବା ପରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଭାଇ ଓ ଭଉଣୀ ବିହାର ମୂଳ ବାସିନ୍ଦା ବୋଲି ଜଣାପଡିଛି। ଭାଇ-ଭଉଣୀ ଉଭୟ ନଦୀକୁ ଗାଧୋଇବାକୁ ଯାଇଥିବ ବେଳେ ପ୍ରଥମେ ଭାଇର ଗୋଡ ଖସିଯିବାରୁ ଭାଇ ବୁଡି ଯାଇଥିଲା। ତାକୁ ବଞ୍ଚାଇବାକୁ ଯାଇ ଭଉଣୀ ବୁଡି ଯାଇଥିଲା। କିଛି ସମୟ ପରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

 

Leave A Reply