ମୂର୍ତ୍ତି ବିସର୍ଜନ ସମୟରେ ପୋଖରୀରେ ବୁଡ଼ିଗଲେ ଛାତ୍ର

0

ବାରକୋଟ ଥାନା ଅନ୍ତର୍ଗତ ଝରବାହାଳ ସ୍ଥିତ ଆଶ୍ରମ ସ୍କୁଲର ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ରବିବାର ପୋଖରୀରେ ବୁଡ଼ି ଅନ୍ୟ ଏକ ସ୍କୁଲର ଜଣେ ଛାତ୍ରର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଝରବାହାଳ ଗ୍ରାମ ସ୍ଥିତ ସରକାରୀ ହାଇସ୍କୁଲର (ଆଶ୍ରମ ହାଇସ୍କୁଲ )ରେ ଗଣେଶ ପୂଜାର ମୂର୍ତ୍ତି ବିସର୍ଜନ ପାଇଁ ଉକ୍ତ ଛାତ୍ର ଓ ଶିକ୍ଷକମାନେ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଏହି ସମୟରେ ଘନଶ୍ୟାମ ସାହୁ (ଚିଣ୍ଟୁ ) ନିକଟସ୍ଥ ବମ୍ପରଡ଼ା ସରସ୍ୱତୀ ଶିଶୁ ମନ୍ଦିରର ଜଣେ ସପ୍ତମ ଶ୍ରେଣୀର ଛାତ୍ର ମଧ୍ୟ ସେମାନଙ୍କ ସହ ଯାଇଥିଲା। ମୂର୍ତ୍ତିକୁ ପାଣିରେ ଭସାଇବା ସମୟରେ ଚିଣ୍ଟୁର ପାଦ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲା। ପୋଖରୀରୁ ଉଦ୍ଧାର କରି ତାଙ୍କୁ ବାରକୋଟ ଡ଼ାକ୍ତରଖାନାକୁ ନିଆଯାଇଥିଲେ ହେଁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply