୨୦୨୦ ସୁଦ୍ଧା ସହର ଓ ୨୦୨୫ ସୁଦ୍ଧା ଗାଁରେ ପାଇପ୍ ଯୋଗେ ମିଳିବ ପାନୀୟ ଜଳ

ଭୁବନେଶ୍ଵର: ମଙ୍ଗଳବାର ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ପିଇବା ପାଣି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଶାସକ ଦଳର ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ରାଜ୍ୟର ୪୭,୩୦୬ଟି ଗାଁ ମଧ୍ୟରୁ ୧୯,୫୦୪ଟି ଗାଁକୁ ପାଇପ ଯୋଗ ପାନୀୟ ଜଳ ଯୋଗାଇ ଦିଆଯାଉଛି। ୨୦୨୦ ସୁଦ୍ଧା ସମସ୍ତ ସହରରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ସେହିପରି ୨୦୨୪-୨୫ ସୁଦ୍ଧା ସବୁ ଗାଁରେ ପାଇପ୍ ଯୋଗେ ପାନୀୟ ଜଳ ମିଳିବ। ଏଥିପାଇଁ ୧୭, ୩୭୨ କୋଟି ବ୍ୟୟବରାଦ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.