ଗରମଦିନ ପାଇଁ ସର୍ବୋତ୍କୃଷ୍ଟ ପୋଷାକ

0

କର୍ମଜୀବୀ ମହିଳା ହୁଅନ୍ତୁ କିମ୍ବା ଗୃହିଣୀ, ଗ୍ରୀଷ୍ମରେ ଏମାନଙ୍କ ପରିଧାନ କିପରି ହେବା ଆବଶ୍ୟକ, ଫେଶନ୍ ଡିଜାଇନର ମନିଷ ମଲହୋତ୍ରା ସେ ସଂକ୍ରାନ୍ତରେ ଉପଯୋଗୀ ଟିପ୍ସ ଦେଇଛନ୍ତି।

ଭାରତୀୟ ଗରମ ଅସହ୍ୟ ହୋଇଥାଏ। ଏଣୁ ଏ ଦିନେ ସୂତା କପଡ଼ାର ପୋଷାକ ପିନ୍ଧିବା ଉଭୟ ତ୍ବଚା ଓ ସ୍ବାସ୍ଥ୍ୟ ପାଇଁ ଭଲ।

ପାଲାଜୋ ପ୍ୟାଣ୍ଟ ସହ ଛୋଟ କୁର୍ତ୍ତା କାର୍ୟ୍ୟାଳୟକୁ ପିନ୍ଧି ଗଲେ ତାହା ଷ୍ଟାଇଲିଶ୍ ଲାଗିଥାଏ।

ବଜାରରେ ଏବର ଫେଶନ୍ ହେଉଛି ଲମ୍ବା ମ୍ୟାକ୍ସି କୁର୍ତ୍ତା। ଏହି ପୋଷାକ ମଧ୍ୟ ଗ୍ରୀଷ୍ମ ଦିନ ପାଇଁ ଖୁବ୍ ଆରାମଦାୟକ। ରାତିବେଳା ପାର୍ଟିରେ ମଧ୍ୟ ଏହା ପିନ୍ଧି ଯାଇହେବ।

ଭିନ୍ନ ଲୁକ୍ ଚାହୁଁଥିଲେ ଲମ୍ବା ସ୍କର୍ଟ ସହ କୁର୍ତ୍ତା ପିନ୍ଧିପାରିବେ।

ପ୍ରିଣ୍ଟ କପଡ଼ାର ପୋଷାକର ଚାହିଦା ଗରମଦିନେ ଅଧିକ। ଏଣୁ ବଜାରରେ ଓ ଅନ୍-ଲାଇନ୍ ସାଇଟରେ ବିଭିନ୍ନ ଡିଜାଇନର ଟପ୍ ମଧ୍ୟ ମିଳୁଛି। ଜିନ୍ସ ନ ପିନ୍ଧିଲେ କ୍ରପ୍ ପ୍ୟାଣ୍ଟ, କିମ୍ବା ପାଲାଜୋ ସହ ଏସବୁ ପିନ୍ଧିପାରିବେ।

Leave A Reply