ରାଜସ୍ଥାନ ମରୁଭୂମିରେ ଟ୍ୟାଙ୍କ୍‍ ବିଧ୍ୱଂସି ଗାଇଡେଡ଼ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ – ଡି.ଆର୍‍.ଡି.ଓ. ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଅଳ୍ପ ଓଜନ ବିଶିଷ୍ଟ ମ୍ୟାନ୍‍ ପୋର୍ଟେବୁଲ୍‍ ଟ୍ୟାଙ୍କ୍‍ ବିଧ୍ୱଂସି ଗାଇଡେଡ଼ କ୍ଷେପଣାସ୍ତ୍ରର ଗୁରୁବାର ସଫଳ ପରୀକ୍ଷଣ କରାଯାଇଛି। ରାଜସ୍ଥାନ ମରୁଭୂମିରେ ଦ୍ୱିତୀୟଥର ପାଇଁ ଏହାର ପରୀକ୍ଷଣ କରାଯାଇଛି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି କ୍ଷେପଣାସ୍ତ୍ରରେ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ବୁଧବାର ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା। ଉଭୟ ପରୀକ୍ଷାରେ କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ କରିଥିଲା।

Leave A Reply