ଏହି ଫଳ ସେବନ କଲେ ଅତୁଟ ରହିବ ଯୌବନ

0

ଆପଣ ଅନେକ ଫଳ ଖାଇଥାନ୍ତି ଏବଂ ସେଥିରୁ ମିଳୁଥିବା ଫାଇଦା ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି। କିନ୍ତୁ କଣ ଆପଣ ଏମିତି କିଛି ଫଳ ଜାଣିଛନ୍ତି ଯାହା ଖାଇବା ଦ୍ୱାରା ଆପଣଙ୍କୁ ବାର୍ଦ୍ଧକ୍ୟ ଛୁଇଁବ ନାହିଁ। ଯଦି ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ ଏମିତି ଏକ ଫଳବିଷୟରେ ପରିଚିତ କରେଇବୁ। ଏହା ହେଉଛି ପିତାୟା କିମ୍ବା ଡ୍ରାଗନ ଫ୍ରୁଟ ନାମରେ ପରିଚିତ। ଉପରୁ ବହୁତ ଖେଦେ ଖେଦେଡିଅ।। ଦେଖାଯାଉଥିବା ଏହି ଫଳ ଭିତରୁ ବହୁତ ସ୍ୱାଦିଷ୍ଟ ଏବଂ କୋମଳ ହୋଇଥାଏ। ଏଥିରୁ ମିଳୁଥିବା ଉପଯୋଗ ବିଷୟରେ ଜାଣିଲେ ଏହାକୁ ନଖାଇ ଆପଣ ରହିପାରିବେ ନାହିଁ। ସାଧାରଣତଃ ଏହା ମେକ୍ସିକୋ, ଆମେରିକାର କେତକ ଅଞ୍ଚଳ, ଅଷ୍ଟ୍ରେଲିଆରେ ଚାଷ କରାଯାଏ। ମାତ୍ର ଏହାର ଚାହିଦା ବୃଦ୍ଧି ପାଇଥିବାରୁ ଭାରତର କେତକ ଅଞ୍ଚଳରେ ଏବେ ଏହାକୁ ଚାଷ କରାଯାଉଛି। ଏଥିରୁ ପ୍ରଚୁର ପରିମାଣରେ ପୃଷ୍ଟିସାର ମିଳେ। ଅନେକ ରୋଗକୁ ଦୂର କରେ। ଡ୍ରାଗନ ଫ୍ରୁଟ୍‍ ଖାଇଲେ ବାର୍ଦ୍ଧକ୍ୟ ଛୁଇଁ ନ ଥାଏ।

ଆଜିକାଲି ଅଧିକାଂଶ ଲୋକ ହୃଦ ଜନିତ ରୋଗର ଶିକାର ହେଉଛନ୍ତି। ଏହି ରୋଗୀ ମାନଙ୍କ ପାଇଁ ଏହି ଫଳ ଅତ୍ୟନ୍ତ ଲାଭଦାୟକ ଅଟେ। ଏହି ଫଳ ବିପଦପୂର୍ଣ୍ଣ କୋଲେଷ୍ଟ୍ରଲକୁ କମାଇ ଆପଣଙ୍କ ହୃଦୟକୁ ମଜବୁତ୍‍ ରଖେ।

ଏହି ଫଳ ଆପଣଙ୍କୁ ମଧୁମେହ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ରକ୍ତ ଶର୍କରା(ବ୍ଲଡ ସୁଗାର) ସ୍ତରକୁ ସନ୍ତୁଳିତ କରିଥାଏ। ଏହା ସହିତ ଆପଣଙ୍କ ପଞ୍ଚତତ୍ୱକୁ ମଜବୁତ ରଖିଥାଏ।

କ୍ୟାନସର ସୃଷ୍ଟି କଲାଭଳି ତତ୍ତ୍ୱ ଠାରୁ ରକ୍ଷାପାଇବା ପାଇଁ ଆପଣଙ୍କୁ ଏହି ଫଳ ସେବନ କରିବା ଆବଶ୍ୟକ। ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଏହି ଫଳରେ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ରହିଥାଏ।

ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ରହିବା କାରଣରୁ ଏହା ଆପଣଙ୍କୁ ବାର୍ଦ୍ଧକ୍ୟ କବଳରୁ ରକ୍ଷାକରିଥାଏ। ଏଥିରୁ ଫେସପ୍ୟାକ ତିଆରିକରି ମୁଁହରେ ଲଗାଇବା ମଧ୍ୟ ଭଲ। ଏହା ଆପଣଙ୍କର ତ୍ୱଚାକୁ ଚିକ୍କଣ ରଖିବାରେ ସାହାଯ୍ୟକରେ।

Leave A Reply