ଡାକ୍ତର ସିବିକେ ମହାନ୍ତି ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ

ଭୁବନେଶ୍ୱର : ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସ୍‌ସିବିର ଅଧୀକ୍ଷକ ଡାକ୍ତର ସିବିକେ ମହାନ୍ତି ସୋମବାର ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ(ଡିଏମଇଟି) ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ଡାକ୍ତର ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ଉଭୟ ପ୍ରଶାସନିକ ଓ ଆର୍ଥିକ କ୍ଷମତା ମିଳିବ। ଅପର ପକ୍ଷରେ ଡାକ୍ତର ମହାନ୍ତିଙ୍କ ସ୍ଥାନରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ନୂତନ ଅଧୀକ୍ଷକ ଭାବେ ଡାକ୍ତର ସରୋଜ କୁମାର ସାହୁଙ୍କୁ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶଲ୍ୟ ବିଶେଷଜ୍ଞ ଭାବେ କାର୍ଯ୍ୟରତ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଡାକ୍ତର ସାହୁ ଏସ୍‌ସିବିର ଭାରପ୍ରାପ୍ତ ଅଧୀକ୍ଷକ ଭାବେ କାର୍ଯ୍ୟ କରିବେ।

Comments are closed.