କଂଗ୍ରେସର ହାତ ଧରିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

0

ଭୁବନେଶ୍ବର : ଭିମସାରର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସର ହାତ ଧରିଛନ୍ତି । ରବିବାର ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଥିବା ସୂଚନା ମିଳିଛି । ତେବେ ସମ୍ବଲପୁର ଜିଲ୍ଲାର କେଉଁ ଆସନରୁ ସେ ନିର୍ବାଚନ ଲଢ଼ିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଡାକ୍ତର ପୂଜାହାରୀ ଭିମସାରର ନିର୍ଦ୍ଦେଶକ ଥିବାବେଳେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ସତ୍ୱେ ବିବାଦରେ ଛନ୍ଦି ହୋଇ ପଡିଥିଲେ । ପରେ ତାଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଆସିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ବିବାଦ ପରେ ରାଜ୍ୟ ସରକାର ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଛୁଟିରେ ପଠାଇଥିଲେ । ରାଜ୍ୟସରକାର ପକ୍ଷରୁ ତାଙ୍କୁ ଯୋଗାଯୋଗ କରାନଯିବାରୁ ସେ ଭିମସାରର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ । ଇସ୍ତଫା ଦେବାର କିଛି ଦିନ ପରେ ଡାକ୍ତର ପୂଜାହାରୀ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ଡାକ୍ତର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ମିଶିଛନ୍ତି ।

Leave A Reply