ଯୌତୁକ ପାଇଁ ମା ଓ ଝିଅଙ୍କୁ ମାଡ ଅଭିଯୋଗ

0

ସୋର : ଶାଶୁଘରେ ମା’ ଓ ଝିଅଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଉଭୟ ମା’ ଓ ଝିଅ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ , ଗତ ୨୦୧୫ ମସିହାରେ ଭଦ୍ରକ ଚରମ୍ପା ସୁମିତ୍ରା ସୋର ଥାନା ତଳନଗର ଗ୍ରାମର ରାଜେନ୍ଦ୍ର ନାୟକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିଛି ଦିନ ହେଲା ସୁମିତ୍ରା ଶାଶୁଘର ଲୋକେ ଅଧିକ ଯୌତୁକ ଆଣିବା ପାଇଁ ଦାବି କରିବା ସହ ଶରୀରିକ ଓ ମାନସିକ ନିର୍ଯାତନ ଦେଉଥିଲେ । ଗତ ଶନିବାର ଦିନ ସୁମିତ୍ରାର ଶାଶୁଘର ଲୋକ ତାଙ୍କୁ ମାଡ ମାରିବା ସହ ଏକ ଘରେ ତାଲା ପକାଇ ବନ୍ଦୀ କରି ରଖିଥିଲେ । ଖବର ପାଇ ସୁମିତ୍ରାର ଭାଇ ଶ୍ରବଣ ଓ ତାଙ୍କ ମା’ ପହଞ୍ଚି ଝିଅକୁ ନେବାକୁ ଜିଦ୍ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୁମିତ୍ରାର ଶାଶୁଘର ଲୋକେ ସୁମିତ୍ରାଙ୍କ ଭାଇ ଓ ମା’ଙ୍କୁ ମାଡ ମାରିଥିଲେ । ଏଥିରେ ସୁମିତ୍ରା ଓ ତାଙ୍କ ମା ଗୁରୁତର ହୋଇଛନ୍ତି । ତେବେ ଏହି ଘଟଣାରେ ସୋର ପୁଲିସ ସୁମିତ୍ରାଙ୍କ ଭାଇ ଶ୍ରବଣକୁ ଅଟକ ରଖିଛି।

Leave A Reply