ମାଥିଲିରେ ଡବଲ ମର୍ଡର; ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା

ମାଲକାନଗିରି: ଅନ୍ଧବିଶ୍ଵାସ ପୁଣି ୨ ଜଣଙ୍କ ଜୀବନ ନେଇଛି। ଗୁଣିଗାରେଡ଼ି ସନ୍ଦେହରେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମରେ ଡବଲ ମର୍ଡର ଘଟିଛି। ହତ୍ୟାକାରୀମାନେ ବାପ-ପୁଅଙ୍କୁ ହତ୍ୟା କରି ନଦୀକୂଳରେ ଫିଙ୍ଗିଦେଇଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ମାଳିଗୁଡ଼ା ଗ୍ରାମର ସଦନ ମାଳି ଓ ନୀଳାଦ୍ରି ମାଳି। ନଦୀକୂଳରୁ ପୁଲିସ ମୃତଦେହ ଦୁଇଟିକୁ ଜବତ କରିଛି। ହତ୍ୟାକାଣ୍ଡ ପରେ ୨ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ମାଥିଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.