ଏସବୁରେ ଗୋଡ଼ ବାଜିବା ହୋଇଥାଏ ମହାପାପ

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନଥାଉ। କିଛି ଲୋକ ଜାଣିଶୁଣି ମଧ୍ୟ କିଛି ଜିନିଷ ବା ବ୍ୟକ୍ତିଙ୍କୁ ଗୋଇଠା ମାରି ଦେଇଥାନ୍ତି। ମାତ୍ର ଏହା ସେମାନେ ଜାଣି ନଥଆନ୍ତି ଯେ ଏପରି କରି ସେ କେତେବଡ଼ ଭୁଲ୍ କରୁଛନ୍ତି। ଶାସ୍ତ୍ର ଅନୁସାରେ, ଏହା ପାପ ସହ ସମାନ ହୋଇଥାଏ। ତେବେ ଏପରି ୫ଟି ବିଶେଷ ଜିନିଷ ଅଛି ଯାହାଠାରେ ଭୁଲରେ ମଧ୍ୟ ଗୋଡ଼ ବାଜିବା ପାପ ହୋଇଥାଏ। ଏହାଦ୍ବାରା ଆମ ନିଜର ହିଁ କ୍ଷତି ହୋଇଥାଏ। ତେଣୁ ଏହି ୫ଟି ଜିନିଷରେ ଭୁଲରେ ମଧ୍ୟ ଗୋଡ଼ ବାଜିବାକୁ ଦିଅନ୍ତୁ ନାହଁ। ତେବେ ଚାଲନ୍ତୁ ଜାଣିବା ସେହି ୫ଟ ଜିନିଷ କ’ଣ –

ଅଗ୍ନି – ଅଗ୍ନି ହେଉଛନ୍ତି ସକଳ ଶକ୍ତିର ଆଧାର। କେବଳ ହିନ୍ଦୁଧର୍ମ ନୁହେଁ, ଅନ୍ୟ ଧର୍ମରେ ମଧ୍ୟ ଅଗ୍ନିଙ୍କୁ ଦେବତା ଭାବେ ପୂଜା କରାଯାଏ। ହିନ୍ଦୁଶାସ୍ତ୍ରରେ ଅଗ୍ନିଙ୍କ ପାଇଁ ସ୍ଵତନ୍ତ୍ର ପୂଜା ବିଧି ରହିଛି। ଯେହେତୁ ଅଗ୍ନି ବା ନିଆଁ ହେଉଛନ୍ତି ଦେବତା, ତେଣୁ ତାଙ୍କଠାରେ ଗୋଡ଼ ମାରନ୍ତୁ ନାହିଁ ବା ଆଘାତ ଦିଅନ୍ତୁ ନାହିଁ। ଏପରି କରିବା ମହାପାପ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ଜଳ – ଶାସ୍ତ୍ର ଅନୁଯାୟୀ ଜଳ ହେଉଛି ମା’ ଗଙ୍ଗାଙ୍କ ରୂପ। ଯିଏ କି ମହାଦେବଙ୍କ ଜଟାରୁ ଆବିର୍ଭାବ ହୋଇଥିଲେ। ତେଣୁ ପାଣି ଥିବା ପାତ୍ରକୁ କେବେ ହେଲେ ଗୋଡ଼ ଲଗାନ୍ତୁ ନାହିଁ କି ଗୋଇଠା ମାରି ଅପମାନ କରନ୍ତୁ ନାହିଁ। ଏଭଳି କଲେ ଦେବୀ ଗଙ୍ଗା କ୍ରୋଧିତ ହୋଇ ଥାଆନ୍ତି ଓ ଦିନେ ନା ଦିନେ ଆପଣଙ୍କୁ ପାଣି ପାଇଁ ହଟହଟା ହେବାକୁ ପଡ଼ିପାରେ।

ଭାତ ହାଣ୍ଡି – ଭାତ ହାଣ୍ଡିରେ ଗୋଡ଼ ମାରିବା ଆଦୌ ଉଚିତ୍ ନୁହେଁ। କାରଣ ଅନ୍ନରେ ମା’ ଲକ୍ଷ୍ମୀଙ୍କ ବାସ ଥାଏ। ଅନେକଙ୍କ ଘରେ ଭାତହାଣ୍ଡି ପୂଜା ହେଉଥିବା ମଧ୍ୟ ଦେଖିଥିବେ। ଅନ୍ନର ଅପମାନ ହେଉଛି ମା’ ଲକ୍ଷ୍ମୀଙ୍କ ଅପମାନ। ତେଣୁ ଗୋଇଠା ମାରିବା ତ ଦୂରର କଥା ଭୁଲରେ ମଧ୍ୟ ଭାତ ହାଣ୍ଡିରେ ଗୋଡ଼ ମାରନ୍ତୁ ନାହିଁ। ନଚେତ୍ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡ଼ିଯିବେ। ଫଳରେ ଘରେ ଅଭାବ ଅନଟନ ସହ ଅନେକ ସମସ୍ୟା ଦେଖାଦେବ।

ଗେମାତା – ହିନ୍ଦୁ ଧର୍ମରେ ଗୋରୁ ଗାଈଙ୍କୁ ମାତା ହିସାବରେ ଗ୍ରହଣ କରାଯାଏ। ଅଗ୍ନି ଓ ଜଳ ପରି ଗୋମାତା ମଧ୍ୟ ଦେବୀ, ଯାହାଙ୍କୁ ଆମେ ପୂଜା କରିଥାଉ। ତେଣୁ କେବେହେଲେ ଗୋମାତାଙ୍କଠାରେ ଗୋଡ଼ ଲଗାନ୍ତୁ ନାହିଁ କିମ୍ବା କ୍ରୋଧରେ ତାଙ୍କୁ ଗୋଇଠା ମାରନ୍ତୁ ନାହିଁ।

ଶିଶୁ – ଶାସ୍ତ୍ର ଅନୁଯାୟୀ ଶିଶୁଙ୍କ ଦେହରେ ସ୍ଵୟଂ ଭଗବାନ ବିରାଜମାନ କରିଥାଆନ୍ତି। ପିଲାମାନେ ଦୁନିଆର ମୋହ ମାୟାରୁ ବହୁ ଦୂରରେ। ତାଙ୍କ ଭିତରେ କୌଣସି ପ୍ରକାର ପାପ ଓ ଖରାପ ଚିନ୍ତା ନଥାଏ। ସେମାନେ ଭଗବାନଙ୍କ ପରି ପବିତ୍ର ହୋଇ ହୋଇଥା’ନ୍ତି। ତେଣୁ ପିଲାଙ୍କ ଦେହରେ ଭୁଲରେ ମଧ୍ୟ ଗୋଡ଼ ବଜାନ୍ତୁ ନାହିଁ।

Comments are closed.