ଏସବୁ ଖାଦ୍ୟ ଖାଇ କ୍ଷୀର ପିଇବା ବିଷ ସହ ସମାନ

ଏହା ଆମେ ସମସ୍ତେ ଜାଣନ୍ତି ଯେ ନିୟମିତ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢିବାର ସାମର୍ଥ୍ୟ ଦେଇଥାଏ। ମାତ୍ର ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ପରେ କ୍ଷୀର ପିଇବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ସେହିସବୁ ଜିନିଷ ଖାଇ କ୍ଷୀର ପିଇବା ଦ୍ବାରା ଏହା ପେଟରେ ବିଷ ପାଲଟିଯାଏ କହିଲେ ଅତ୍ୟୁକ୍ତି ହେବନାହିଁ। ଆସନ୍ତୁ ଜାଣବା କେଉଁ ସବୁ ଖାଦ୍ୟ ଖାଇ କ୍ଷୀର ପିଇବା ଅନୁଚିତ୍ –

ମାଛ : ମାଛ ଖାଇବା ପରେ ଭୁଲରେ ମଧ୍ୟ କ୍ଷୀର ପିଅନ୍ତୁ ନାହିଁ। ଏପରି କରିବା ଦ୍ବାରା ପେଟରେ ବିଷକ୍ରିୟା ସୃଷ୍ଟି ହୋଇଥାଏ। ଏହାସହିତ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ।

ରାଶି ଏବଂ ଲୁଣ : ରାଶି ଏବଂ ଲୁଣ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ଖାଇବାର ତୁରନ୍ତ ପରେ କ୍ଷୀର ପିଇବା ଆଦୌ ଉଚିତ ନୁହେଁ। ଏହାଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ। ତେଣୁ ଏହାକୁ ଖାଇବାର ପାଖାପାଖି ୨ ଘଣ୍ଟା ପରେ କ୍ଷୀର ପିଅନ୍ତୁ।

ସାଇଟ୍ରିକ ଏସିଡ଼୍ ଯୁକ୍ତ ଫଳ : ସାଇଟ୍ରିକ ଏସିଡ୍ ଯୁକ୍ତ ଫଳ ବା ଖଟ୍ଟା ଫଳ ଖାଇବା ପରେ କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହାକୁ ସେବନ କରିବାର ଲମ୍ବା ବ୍ୟବଧାନ ପରେ କ୍ଷୀର ପିଇବା ଉଚିତ।

ବିରି : ବିରି ଡାଲି ଖାଇବା ପରେ କ୍ଷୀର ପିଇବା ଦ୍ବାରା ପେଟ ଜନିତ ସମସ୍ୟା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ବିରି ଡାଲି ଖାଇବାର ପାଖାପାଖି ୨ ଘଣ୍ଟା ପରେ କ୍ଷୀର ପିଇବା ଆବଶ୍ୟକ।

ଦହି : ଦହି ଖାଇବା ପରେ କ୍ଷୀର ପିଇବା ଅନୁଚିତ୍। ଏହାଦ୍ବାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

Comments are closed.