ବୁଧବାର ହେଉଛି ପ୍ରଭୁ ଗଣେଶଙ୍କ ଦିନ। ଏହି ଦିନରେ ଲୋକେ ଗଣେଶଙ୍କ ବିଶେଷ ପୂଜାର୍ଚ୍ଚନା କରିବା ସହ ତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ କାର୍ଯ୍ୟ କରିଥାଆନ୍ତି। ତେବେ ଶାସ୍ତ୍ର ଅନୁସାରେ, ଏପରି କିଛି କାର୍ଯ୍ୟ ଅଛି ଯାହାକୁ ବୁଧବାର କରିବାକୁ ବାରଣ କରାଯାଇଛି। ସେସବୁ କାର୍ଯ୍ୟକୁ ବୁଧବାର କରିବା ଦ୍ବାରା ବୁଧ ଗ୍ରହ ଅସନ୍ତୁଷ୍ଟ ହେବା ସହ ଭଗବାନ ଗଣେଶ ମଧ୍ୟ କ୍ରୋଧିତ ହୋଇଥାଆନ୍ତି। ଫଳରେ ଆମ ଜୀବନରେ ଏହାର କୁପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ବୁଧବାର କେଉଁସବୁ କାର୍ଯ୍ୟ କରିବା ଅନୁଚିତ୍।
-ନୂଆ ଜୋତା ଏବଂ ଲୁଗା କିଣିବା କିମ୍ବା ପିନ୍ଧିବା ଉଚିତ ନୁହେଁ।
-ଶାଳୀ, ପିଇସି, ବିବାହିତ ଭଉଣୀ ଏବଂ ଝିଅଙ୍କୁ ଘରକୁ ନିମନ୍ତ୍ରଣ କରନ୍ତୁ ନାହିଁ।
-କନ୍ୟାଙ୍କ ଅପମାନ କରନ୍ତୁ ନାହିଁ।
-କିନ୍ନରଙ୍କୁ ଥଟ୍ଟା ପରିହାସ କରନ୍ତୁ ନାହିଁ। ବରଂ ଉପହାରସ୍ବରୂପ କିଛି ଅର୍ଥ ଦାନ କରନ୍ତୁ।
-ଟୁଥ ପେଷ୍ଟ, ଟୁଥ ବ୍ରଶ୍ ଏବଂ କେଶ ସମ୍ବନ୍ଧୀୟ ଜିନିଷ କିଣନ୍ତୁ ନାହିଁ।
-କ୍ଷୀରି, ରାବିଡ଼ି ଆଦି ପ୍ରସ୍ତୁତ କରନ୍ତୁ ନାହିଁ।
-ବୁଧବାର ମୁଗ ଡାଲି, ଧନିଆ ପତ୍ର, ପାଳଙ୍ଗ ଶାଗ, ସୋରିଷ ଶାଗ, କଞ୍ଚା ଲଙ୍କା, ପିଜୁଳି ଏବଂ ଅମୃତଭଣ୍ଡା ଆଦି ଜିନିଷ ଘରକୁ ଆଣନ୍ତୁ।
-ଏହିଦିନ ପାନ ଖାଇବା ଅନୁଚିତ୍।



