ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ : ଛାଡ଼ି ଚାଲିଯିବେ ମା’ଲକ୍ଷ୍ମୀ

0

ମା’ଲକ୍ଷ୍ମୀ ଧନ ଓ ବୈଭବର ଦେବୀ। ସେ ଯାହାଙ୍କ ଉପରେ ପ୍ରସନ୍ନ ହୁଅନ୍ତି, ତାଙ୍କ ଘରେ ଅର୍ଥର ଅଭାବ ରହେନାହିଁ ଓ ସୁଖ, ଶାନ୍ତି ବଜାୟ ରହେ। ମାତ୍ର ଅଜଣାତରେ ଆମେ ଏମିତି କିଛି କାମ କରିଥାଉ ଯାହାଦ୍ବାରା ମା’ଲକ୍ଷ୍ମୀ ଆମ ଉପରେ କ୍ଷୁବ୍ଧ ହୋଇଯାଆନ୍ତି। ଫଳରେ ଘରେ ଅର୍ଥାଭାବ ଦେଖାଦେବା ସହ ଅଶାନ୍ତି ଲାଗିରହେ। ତେଣୁ ଘରେ ଅଶାନ୍ତି ଓ ଅର୍ଥାଭାବ ଦେଖା ନଦେବା ପାଇଁ ତଥା ମା’ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଏହିସବୁ କାମ ଆଦୌ କରନ୍ତୁ ନାହିଁ –

-ଘରେ କେବେ ହେଲେ ଖଟ ଉପରେ ବସି ଖାଆନ୍ତୁନାହିଁ। ଏଭଳି କରିବା ଦ୍ବାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି। ଯଦ୍ବାରା ଘରେ ସବୁବେଳେ ଅଶାନ୍ତି ବୃଦ୍ଧି ପାଇଥାଏ। ଘରଲୋକଙ୍କ ପାଖରେ କେବେ ହେଲେ ଅର୍ଥ ରହେନାହିଁ।
-ଘରର ମୁଖ୍ୟ ଦ୍ବାରରେ କେବେ ହେଲେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ। ଏଭଳି କରିବା ଦ୍ବାରା ଦେବୀ କ୍ରୋଧିତ ହେବା ସହ ପଡୋଶୀମାନେ ମଧ୍ୟ ଶତ୍ରୁ ହୋଇଯିବେ।
-ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ବାସନକୁ ଧୋଇକରି ରଖନ୍ତୁ। ରାତିରେ ଅଇଁଠା ବାସନ ରଖିବା ଦ୍ବାରା ଅର୍ଥହାନି ହୋଇଥାଏ।
-ଘରେ କେବେ ହେଲେ ଝାଡୁକୁ ଠିଆ କରି ରଖନ୍ତୁନାହିଁ। ଏଥିସହିତ ଝାଡ଼ୁରେ କେବେହେଲେ ଗୋଡ଼ ଲଗାନ୍ତୁନାହିଁ ଓ ଘରେ ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ। ନଚେତ୍ ଘରେ ଦାରିଦ୍ର୍ୟତା ଦେଖାଦେବ।
-କେବେ ଆରତୀ, ଦୀପ, ହୋମ ଅଗ୍ନିକୁ ମୁହଁରେ ଫୁଙ୍କି ଲିଭାନ୍ତୁ ନାହିଁ। ଏହା ଖୁବ୍ ଅଶୁଭ ହୋଇଥାଏ।

Leave A Reply