ଗୁଣ୍ଡିଚା ମନ୍ଦିରରେ ବସିଲା ଦାନବାକ୍ସ

0

ପୁରୀ: ସେବକଙ୍କୁ ନୁହେଁ, ଦାନବାକ୍ସରେ ଦିଅ। ଭକ୍ତଙ୍କୁ ଏପରି ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଗୁଣ୍ଡିଚା ମନ୍ଦିର ଭିତରେ ୬ଟି ଦାନବାକ୍ସ ସୋମବାର ବସାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଉଲ୍ଲଘଂନ କରି ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ କଲେ ସଂପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ପ୍ରକାଶ କରିଛନ୍ତି। ଏଥିପାଇଁ ଗୁଣ୍ଡିଚା ମନ୍ଦିରର ବିଭିନ୍ନ ସ୍ଥାନରେ କ୍ଲୋଜସର୍କିଟ କ୍ୟାମେରା ଲଗାଯାଇଛି।

Leave A Reply