ବେଳାଭୂମିରୁ ଡଲଫିନର ମୃତଦେହ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ବ୍ଲକ କଣ୍ଟିଆଗଡ ଗ୍ରାମରେ ବଙ୍ଗୋପସାଗର ଉପକୂଳରୁ ଏକ ଡଲଫିନର ମୃତଦେହ ଠାବ କରାଯାଇଛି। ତେବେ ଡଲଫିନର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ସୂଚନାଯୋଗ୍ୟ ଯେ, କଣ୍ଟିଆଗଡ ଗ୍ରାମର କିଛି ଯୁବକ ବେଲାଭୂମିକୁ ଯାଇଥିଲେ। ସେମାନେ ସେଠାରେ ଡଲଫିନର ମୃତଦେହ ଦେଖିବାକୁ ପାଇଥିଲେ। ତାପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନକୁ ଉଦ୍ଧାର କରିଥିଲା। ମୃତ ଡଲଫିନର ଲମ୍ବ ପ୍ରାୟ ୬ ଫୁଟ ହେବ ବୋଲି ଜଣାପଡିଛି।

Comments are closed.