ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ରାସ୍ତାରୋକ

0

ରାୟଗଡା: ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ସ୍ଥାୟୀ ଡାକ୍ତର ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବାରମ୍ବାର ଅନୁରୋଧ ସତ୍ତେ୍ୱ ପ୍ରଶାସନ ଡାକ୍ତର ନିଯୁକ୍ତ ନ କରିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅମ୍ବାଦଳା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି। ରାସ୍ତାରୋକ ଫଳରେ ରାୟଗଡା-କଳାହାଣ୍ଡି ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Leave A Reply