ସଂସଦୀୟ ସ୍ଥାୟୀ କମିଟିକୁ ପଠାଗଲା ଡିଏନ୍‍ଏ ଟେକ୍ନୋଲୋଜି ନିୟନ୍ତ୍ରଣ ବିଲ୍‍

ନୂଆଦିଲ୍ଲୀ : ଡିଏନ୍‍ଏ ଟେକ୍ନୋଲୋଜି ନିୟନ୍ତ୍ରଣ ବିଲ୍‍ର ପରୀକ୍ଷା ନିରୀକ୍ଷା ପାଇଁ ଏହାକୁ ଏକ ସଂସଦୀୟ ସ୍ଥାୟୀ କମିଟି ନିକଟକୁ ପଠାଯାଇଛି । ଏହି ବିଲ୍‍ ଅନୁସାରେ କୌଣସି ବ୍ୟକ୍ତିଙ୍କର ଚିହ୍ନଟ ପାଇଁ ଡିଏନ୍‍ଏ ଜ୍ଞାନକୌଶଳ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ।

ବିଲ୍‍ଟିକୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଏବଂ ପରିବେଶ ଓ ଜଙ୍ଗଲ ବିଭାଗ ସ୍ଥାୟୀ କମିଟି ନିକଟକୁ ପଠାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କୟାନାଇଡୁ ବିଲ୍‍କୁ ସ୍ଥାୟୀ କମିଟିକୁ ପଠାଇଛନ୍ତି। ଏହି ବିଲରେ ଉଭୟ ଜାତୀୟ ଓ ଆଞ୍ଚଳିକ ସ୍ତରରେ ଡିଏନ୍‍ଏ ଡାଟା ବ୍ୟାଙ୍କ ସ୍ଥାପନର ମଧ୍ୟ ବ୍ୟବସ୍ଥା ରହିଛି ।

Comments are closed.