ଲାଞ୍ଚ ନେବାବେଳେ ଧରାପଡ଼ିଲେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟର ହାଉସକିପିଂ ସୁପରଭାଇଜର

ନବରଙ୍ଗପୁର: ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟର ହାଉସ୍‌କିପିଂ ସୁପରଭାଇଜର କବୀରମୋହନ ଦୀପ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ହସ୍ପିଟାଲରେ ଠିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ସାଗରିକା ଭତ୍ରାଙ୍କୁ ନିୟମିତ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କୋରାପୁଟ ଭିଜିଲାନ୍ସ ଡିଭିଜିନର ଅଧିକାରୀମାନେ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି। କବୀରଙ୍କ ପକେଟରୁ ଅଧିକାରୀମାନେ ଲାଞ୍ଚ ଟଙ୍କାକୁ ଜବତ କରିଛନ୍ତି। ଏହି ଘଟଣା କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୨୯) ରୁଜୁ ହୋଇଛି।

Comments are closed.