ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ନହେଲେ ହୋଇପାରେ ବାସ୍ତୁଦୋଷ

0

ପ୍ରତ୍ୟେକ ଘରେ ରୋଷେଇ ଘରର ସ୍ଥାନ ବେଶ୍ ସ୍ବତନ୍ତ୍ର। ବର୍ତ୍ତମାନ ସମୟରେ ବାସ୍ତୁବିତଙ୍କ ପରାମର୍ଶରେ ବିଭିନ୍ନ ବର୍ଗର ଲୋକେ ଆମିଷ ଓ ନିରାମିଷ ଭୋଜନ ପ୍ରସ୍ତୁତି ନିମନ୍ତେ ଅଲଗାଅଲଗା ରୋଷେଇ ଗୃହ ନିର୍ମାଣ କରୁଛନ୍ତି। ଏଣୁ ବାସ୍ତୁବିତଙ୍କ ପରାମର୍ଶରେ ରୋଷେଇ ଘରେ କେତୋଟି ପରିବର୍ତ୍ତନ କଲେ ପରିବାରରେ ସୁଖଶାନ୍ତି ବିରାଜମାନ ରହେ।

ପ୍ରଥମତଃ ରୋଷେଇ ଘରୁ ଭଙ୍ଗା ବାସନକୁ ଯଥାଶୀଘ୍ର ବାହାର କରନ୍ତୁ। ଏହାକୁ ଫିଙ୍ଗନ୍ତୁ କିମ୍ବା ଗରିବ ଲୋକଙ୍କୁ ଦାନ କରିବା ଉଚିତ।

ପ୍ଲାଷ୍ଟିକ୍ ଡବା ବଦଳରେ ଧାତୁ ନିର୍ମିତ ଡବାରେ ଖାଦ୍ୟ ସାମଗ୍ରୀ ରଖିବା ମଧ୍ୟ ନିୟମ।

ରୋଷେଇ ଘର କାନ୍ଥରେ ହାଲକା ରଙ୍ଗ ଦିଅନ୍ତୁ। ଏହା ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ।

ୱାଶ୍ ବେସିନକୁ ଦୁଇ କୋଣର ମଝିରେ ନ ରଖି ଗୋଟିଏ ପାର୍ଶ୍ବରେ ରଖନ୍ତୁ। ନଚେତ୍ ଏହାର କୁପ୍ରଭାବରେ ଘରେ ରୀତିମତ ଝଗଡ଼ା ହୋଇଥାଏ।

ବନ୍ଦ ଥିବା ଡଷ୍ଟବିନ୍ ରୋଷେଇ ଘରେ ରଖନ୍ତୁ। ଏହାକୁ ପରିଷ୍କାର ରଖିବା ଆବଶ୍ୟକ।

Leave A Reply