ଭାରତରେ ବିଦେଶୀ ଖାଦ୍ୟର ଲୋକପ୍ରିୟତା, ଯାହାକୁ ଅନେକ ଭାବନ୍ତି ଭାରତୀୟ ଖାଦ୍ୟ

0

ଜିଲାପି: ଭାରତୀୟ ମିଠା ଖାଦ୍ୟ ତାଲିକାରେ ଜିଲାପିର ସ୍ଥାନ ସ୍ବତନ୍ତ୍ର ରହିଛି । ଅଧିକାଂଶ ବିବାହ, ଭୋଜି ବା ଅନ୍ୟାନ୍ୟ ଉତ୍ସବରେ ଜିଲାପି ପ୍ରସ୍ତୁତ କରାଯାଏ । ତେବେ ଅନେକ ଲୋକେ ଭବୁଥିବେ ଜିଲାପିର ଉତ୍ପତି ଭାରତରେ ହୋଇଥିଲା। ଏହା ସଂପୂର୍ଣ୍ଣ ଭୁଲ ଅଟେ ।

୫୦୦ ବର୍ଷ ପୂର୍ବେ ଏହାର ଉତ୍ପତି ପଶ୍ଚିମ ଏସିଆରେ ହୋଇଥିଲା। ଆରବୀୟମାନେ ଏହାକୁ ‘ଜଲବିୟା’ କହୁଥିବା ବେଳେ ପର୍ସିଆନ୍ ଭାଷାରେ ‘ଜଲିବିୟା’ କୁହାଯାଏ  ଏବଂ ଭାରତରେ ଏହା ଜିଲାପି ନାମରେ ପ୍ରସିଦ୍ଧ ।

ଗୋଲାପଜାମୁ: ଇରାନର ଏହା ଏକ ଲୋକପ୍ରିୟ ଖାଦ୍ୟ ଅଟେ । ବିଶେଷଜ୍ଞଙ୍କ ମତରେ ଶହଶହ ବର୍ଷ ପୂର୍ବେ ଇରାନରେ ହାକୁ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା।  ଇରାନରେ ଏହାକୁ ‘ଲୁକମତ ଅଲ କାବି’ ନାମରେ ଜଣାଯାଏ ।

ସିଙ୍ଗଡା: ମଧ୍ୟପୂର୍ବ ଏସିଆରୁ ୧୩୦୦-୧୪୦୦ ଶତାଦ୍ଦୀ ବେଳକୁ ସିଙ୍ଗଡା ଖାଦ୍ୟ ଭାରତକୁ ଆସିଥିଲା। ସେ ସମୟରେ ସିଙ୍ଗଡାରେ ଆମିଷ ଭର୍ତ୍ତି କରାଯାଇ ପ୍ରସ୍ତୁତ କରାଯାଉଥିଲା। ଏହାକୁ ସେତେବେଳେ ‘ସମ୍ବୋସା’ ନାମରେ ଜଣାଯାଉଥିଲା ।

ଭାତ-ଡାଲି: ଭାରତରେ ସବୁଠୁଁ ଲୋକପ୍ରିୟ ଖଦ୍ୟ ହେଉଛି ଭାତ-ଡାଲି । ନେପାଳର ଏହା ପ୍ରମୁଖ ଖାଦ୍ୟ ଅଟେ । ଉତ୍ତରଭାରତୀୟ ଲୋକଙ୍କ ଜରିଆରେ ଭାରତର ଏହା କୋଣ ଅନୁକୋଣରେ ଲୋକପ୍ରିୟତା ବଢିଛି ।

ରାଜମା: ମେକ୍ସକୋ ଓ ଗୁଏତମାଲାର ଲୋକମାନେ ପ୍ରାୟ ନିୟମିତ ଭାବରେ ରାଜମା ଖାଇବାକୁ ପସନ୍ଦ କରନ୍ତି । ପ୍ରାୟ ୧୯୦୦ ମସିହା ବେଳେକୁ ଭାରତୀୟ ବ୍ୟଞ୍ଜନରେ ସାମିଲ ହୋଇଥିଲା ।

Leave A Reply