ପ୍ରଥମ ଥର ପାଇଁ ପରଦାରେ ଏକାଠି ହେବେ ହ୍ରିତିକ-ଦୀପିକା!

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବଶୀଘ୍ର ପରଦାରେ ଏକାଠି ନଜର ଆସିବେ। ଫରାହ ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ରରେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ହେଉଛି ‘ସତ୍ତେ ପେ ସତ୍ତା’ର ରିମେକ୍‍। ରୋହିତ୍‍ ଶେଟ୍ଟୀଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। କିଛିଦିନ ପୂର୍ବରୁ ଏହି ଚଳଚ୍ଚିତ୍ର ପାଇଁ ଶାହରୁଖ୍‍ ଖାନ୍‍, ସଲମାନ ଖାନ୍‍ ଓ ଅକ୍ଷୟ କୁମାରଙ୍କ ନାଁ ଶୁଣିବାକୁ ମିଳୁଥିଲା। ହେଲେ ଶେଷରେ ହ୍ରିତିକଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଧାର୍ଯ୍ୟ କରାଯାଇଥିବା ଶୁଣିବାକୁ ମିଳିଛି। ଫରାହ ଓ ରୋହିତ୍‍ ଦୁହେଁ ଚଳଚ୍ଚିତ୍ରର ନାୟିକା ଭୂମିକାରେ ଦୀପିକାଙ୍କୁ ନେବା ପାଇଁ ଚାହୁଁଛନ୍ତି। ହେଲେ ଚଳଚ୍ଚିତ୍ରର ନାୟକ-ନାୟିକାଙ୍କୁ ନେଇ ଏଯାବତ୍‍ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

Comments are closed.