ନିର୍ବାଚନ ସଭାରେ ହଟହଟା ହେଲେ ଦିଗବିଜୟ

ଭୋପାଳ : କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏକ ପ୍ରଚାର ସଭାରେ ହଟହଟା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭୋପାଳର ଏକ ନିର୍ବାଚନ ସଭାରେ ଦିଗବିଜୟ ଉପସ୍ଥିତ ଜନତାଙ୍କୁ ମୋଦୀ ସରକାର ଆପଣଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ପଠାଇଛନ୍ତି କି? ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ସଭାରେ ଉପସ୍ଥିତ ଥିବା ଏକ ଯୁବକ ହାତ ଟେକିଥିଲେ। ପରେ ଦିଗବିଜୟ ଉକ୍ତ ଯୁବକଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ଦିଗବିଜୟ ମଞ୍ଚରେ ମୋଦୀ ଆପଣଙ୍କ ଆକାଉଣ୍ଟକୁ ୧୫ଲକ୍ଷ ପଠାଇଛନ୍ତି କି ବୋଲି ପୁଣି ଥରେ ପ୍ରଶ୍ନ କରିଥିଲେ। ଯୁବକ ଜଣକ ମଞ୍ଚରେ ଥିବା ମାଇକ ଧରି ମୋଦୀଙ୍କ ପ୍ରଶଂସା କରିଥିଲେ। ସେ କହିଥିଲେ ‘ମୋଦୀ ଆତଙ୍କବାଦୀଙ୍କୁ କଡା ଜବାବ ଦେବା ସହ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି’। ଯୁବକ ଏତିକି କହିବା ପରେ ମଞ୍ଚରେ ଉପସ୍ଥିତ ଥିବା କଂଗ୍ରେସ କର୍ମୀ ମାଇକ ଛଡାଇ ଆଣିଥିଲେ। ପରେ ଯୁବକକୁ ମଞ୍ଚରୁ ତଳକୁ ପଠାଇ ଦେଇଥିଲେ।
ସୂଚନାଯୋଗ୍ୟ ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ଦିଗବିଜୟଙ୍କ ବିରୋଧରେ ବିଜେପି ସ୍ୱାଧୀ ପ୍ରଜ୍ଞା ଠାକୁରଙ୍କୁ ପ୍ରାର୍ଥୀ କରିଛି।

Comments are closed.